unfoldingWord 10 - ଦଶଗୋଟି ମହାମାରୀ

unfoldingWord 10 - ଦଶଗୋଟି ମହାମାରୀ

: Exodus 5-10

: 1210

: Oriya

: General

: Bible Stories & Teac

: Evangelism; Teaching

: Paraphrase

: Approved

ମୋଶା ଓ ହାରଣ ଫାରୋଙ୍କ ନିକଟକୁ ଗଲେ Iସେମାନେ କହିଲେ, “ଇସ୍ରାଇଲର ପରମେଶ୍ଵର ଏହା କହନ୍ତି, ମୋହର ଲୋକମାନଙ୍କୁ ଛାଡିଦିଅ”, ଫାରୋ ସେମାନଙ୍କର କଥା ଶୁଣିଲେ ନାହି Iଇସ୍ରାଏଲୀୟ ମାନଙ୍କୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଅଧିକ କଠିନ ପରିଶ୍ରମ କରିବାକୁ ବାଧ୍ୟ କରିଲେ I

ଲୋକମାନଙ୍କୁ ସ୍ଵାଧୀନ କରିବାକୁ ଫାରୋ ମନା କରୁଥିଲେ, ସେଥିନିମନ୍ତେ ପରମେଶ୍ଵର ଦଶଗୋଟି ଅସହନୀୟ ମହାମାରୀ, ମିଶରକୁ ପଠାଇଲେ Iଏହି ମହାମାରୀଗୁଡ଼ିକ ଦ୍ଵାରା, ପରମେଶ୍ଵର ଫାରୋଙ୍କୁ ଦେଖାଉଥିଲେ ଯେ ସେ ଫାରୋଙ୍କ ଓ ମିଶରର ସମସ୍ତ ଦେବତାମାନଙ୍କ ଠାରୁ ଅଧିକ ଶକ୍ତିଶାଳି ଅଟନ୍ତି I

ପରମେଶ୍ଵର ନୀଳ ନଦୀର ପାଣିକୁ ରକ୍ତରେ ପରିଣତ କରିଦେଲେ, କିନ୍ତୁ ଫାରୋ ଏପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I

ପରମେଶ୍ଵର ସମସ୍ତ ମିଶର ଦେଶରେ ବେଙ୍ଗମାନଙ୍କୁ ପଠାଇଲେ I ବେଙ୍ଗଗୁଡ଼ିକୁ ଦୂର କରିବା ପାଇଁ ମୋଶାଙ୍କୁ ଫାରୋ ବିନତି କଲେ Iକିନ୍ତୁ ସମସ୍ତ ବେଙ୍ଗଗୁଡିକର ମୃତ ହେବା ପରେ, ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଇସ୍ରାଏଲୀୟ ମାନଙ୍କୁ ମିଶରରୁ ଛାଡିଲେ ନାହି I

ତେଣୁ ପରମେଶ୍ଵର ଧୂଳି ଉକୁଣିଆ ପୋକ ମହାମାରୀକୁ ପଠାଇଲେ I ତା’ ପରେ ସେ ମାଛିଗୁଡ଼ିକର ମହାମାରୀ ପଠାଇଲେ Iଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, ଯଦି ସେମାନେ ମହାମାରୀଗୁଡ଼ିକ ବନ୍ଦ କରନ୍ତି, ସେ ଇସ୍ରାଏଲୀୟମାନଙ୍କୁ ମିଶରରୁ ଯାଇପାରିବେ Iଯେତେବେଳେ ମୋଶା ପ୍ରାର୍ଥନା କଲେ, ପରମେଶ୍ଵର ମାଛିଗୁଡ଼ିକୁ ମିଶରରୁ ଘୁଞ୍ଚାଇ ଦେଲେ Iକିନ୍ତୁ ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଲୋକମାନଙ୍କୁ ଛାଡିଲେ ନାହି I

ତା’ପରେ ପରମେଶ୍ଵର ସମସ୍ତ କ୍ଷେତର ପଶୁଗୁଡ଼ିକୁ ଯାହାସବୁ ମିଶର ବାସୀମାନଙ୍କ ଥିଲା, ଅସୁସ୍ଥକରି ମୃତ ଘଟାଇଲେ I କିନ୍ତୁ ଫାରୋଙ୍କର ହୃଦୟ କଠିନ ହେଲା, ଏବଂ ସେ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I

ତାପରେ ପରମେଶ୍ଵର ମୋଶାଙ୍କୁ ଫାରୋଙ୍କ ସାକ୍ଷାତରେ ରେ ପାଉଁଶ ଫିଙ୍ଗିବାକୁ କହିଲେ Iଯେତେବେଳେ ସେ କଲେ, ମିଶରୀୟବାସୀଙ୍କ ଚମଡା ଉପରେ କଷ୍ଟଦାୟକ ପୂଜପୂର୍ଣ ଘା ଦେଖାଗଲା, କିନ୍ତୁ ଇସ୍ରାଏଲୀୟମାନଙ୍କୁ ହେଲା ନାହି I ପରମେଶ୍ଵର ଫାରୋଙ୍କର ହ୍ରୁଦୟକୁ କଠିନ କଲେ, ଏବଂ ଫାରୋ ଇସ୍ରାଏଲୀୟମାଙ୍କୁ ଛାଡିଲେ ନାହିଁ I

ତ’ ପରେ, ପରମେଶ୍ଵର ଶିଳାବୃଷ୍ଟି ଦ୍ଵାରା ମିଶରର ଅଧିକାଂଶ ଫସଲ ବିନଷ୍ଟ କଲେ, ଏବଂ ଯେଉଁମାନେ ବାହାରକୁ ଗଲେ ସେମାନେ ମୃତ ହେଲେ Iଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, “ମୁ ପାପ କରିଅଛି Iତୁମେ ଯାଇପାର” Iସେଥିପାଇଁ ମୋଶ ପ୍ରାର୍ଥନା କଲେ, ଓ ଆକାଶରୁ ଶିଳାବୃଷ୍ଟି ପଡିବା ବନ୍ଦ ହେଲା I

କିନ୍ତୁ ପୁନର୍ବାର ଫାରୋ ପାପ କଲେ ଓ ତାଙ୍କ ହୃଦୟକୁ କଠିନ କଲେ Iସେ ଇସ୍ରାଏଲୀୟମାନଙ୍କୁ ଯିବାପାଇଁ ମୁକ୍ତ କଲେ ନାହି I

ସେଥିପାଇଁ ପରମେଶ୍ଵର ପଙ୍ଗପାଳର ମହାମାରୀକୁ ପଠାଇଲେ ଏବଂ ମିଶାରସାରା ବ୍ୟାପିଗଲା I ଯାହା ଶସ୍ୟଗୁଡିକ ଶିଳାବୃଷ୍ଟି ଦ୍ଵାରା ବିନଷ୍ଟ ହୋଇନଥିଲା ସେସବୁକୁ ଏହି ପଙ୍ଗପାଳଗୁଡିକ ନଷ୍ଟ କରିଦେଲେ I

ତାପରେ ପରମେଶ୍ଵର ଅନ୍ଧକାରକୁ ପଠାଇଲେ ତାହା ତିନି ଦିନ ପର୍ଯନ୍ତ ରହିଲା Iଏହା ଏତେ ଅନ୍ଧାର ଥିଲା ଯେ ମିଶରବାସୀ ସେମାନଙ୍କର ଘରଗୁଡିକ ଛାଡିପାରୁ ନ ଥିଲେ I କିନ୍ତୁ ଯେଉଁ ସ୍ଥାନରେ ଇସ୍ରାଏଲୀୟମାନେ ବାସ କରୁଥିଲେ ସେହିଠାରେ ଆଲୁଅ ଥିଲା I

ଏହି ନଅ ଗୋଟି ମହାମାରୀ ହେବା ପରେ ମଧ୍ୟ ଫାରୋ ଇସ୍ରାଏଲିୟମାନଙ୍କୁ ଛାଡିଲେ ନାହି Iଯେହେତୁ ଫାରୋ ନ ଶୁଣିବାରୁ, ପରମେଶ୍ଵର ଏକ ଶେଷ ମହାମାରୀ ପଠାଇବାକୁ ଯୋଜନା କଲେ Iଏହା ଫାରୋଙ୍କର ମନକୁ ପରିବର୍ତ୍ତନ କରିବ I

Woorde van Lewe - GRN het oudio-evangelieboodskappe in duisende tale wat Bybelgebaseerde boodskappe bevat oor verlossing en Christelike lewe.

Gratis aflaaie - Hier vind u al die belangrikste GRN boodskap skrips in verskeie tale, plus prente en ander verwante materiaal, wat beskikbaar is om af te laai.

Die GRN Oudiobiblioteek - Evangelistiese en basiese Bybelonderrigmateriaal wat geskik is vir die behoefte en kultuur van die mense in 'n verskeidenheid style en formate.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares it's audio, video and written scripts under Creative Commons