Khetha Ulimi

mic

Ukwabelana

Yabelana ngesixhumanisi

QR code for https://globalrecordings.net/script/or/1202

unfoldingWord 02 - ପାପ ଜଗତକୁ ପ୍ରବେଶ କଲା ।

unfoldingWord 02 - ପାପ ଜଗତକୁ ପ୍ରବେଶ କଲା ।

Uhlaka: Genesis 3

Inombolo Yeskripthi: 1202

Ulimi: Odia / Oriya

Itimu: Sin and Satan (Sin, disobedience, Punishment for guilt)

Izilaleli: General

Inhloso: Evangelism; Teaching

Features: Bible Stories; Paraphrase Scripture

Isimo: Approved

Imibhalo ayiziqondiso eziyisisekelo zokuhunyushwa nokuqoshwa kwezinye izilimi. Kufanele zishintshwe njengoba kunesidingo ukuze ziqondakale futhi zihambisane nesiko nolimi oluhlukene. Amanye amagama nemiqondo esetshenzisiwe ingase idinge incazelo eyengeziwe noma ishintshwe noma ikhishwe ngokuphelele.

Umbhalo Weskripthi

ପରମେଶ୍ଵର ସେମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ସୁନ୍ଦର ଉଦ୍ୟାନରେ ଆଦମ ଏବଂ ତାର ସ୍ତ୍ରୀ ବହୁତ ଆନନ୍ଦମୟ ଜୀବନ କାଟୁଥିଲେ । ସେମାନେ କେହିହେଲେ ପୋଷାକ ପିନ୍ଧି ନ ଥିଲେ, କିନ୍ତୁ ଏହା ସେମାନଙ୍କ ପାଇଁ କୌଣସି ଲଜ୍ବାର କାରଣ ନ ଥିଲା। ଯେହେତୁ, ଜଗତରେ ପାପ ନ ଥିଲା । ସେମାନେ ସବୁବେଳେ ଉଦ୍ୟାନରେ ଯିବା ଆସିବା କରୁଥିଲେ ଓ ପରମେଶ୍ଵରଙ୍କ ସହିତ କଥା ହେଉଥିଲେ ।

କିନ୍ତୁ, ଉଦ୍ୟାନରେ ଏକ ଚତୁର ସର୍ପ ଥିଲା । ସେ ନାରୀଙ୍କୁ ପଚାରିଲା, ପରମେଶ୍ଵର ସତ୍ୟରେ ଉଦ୍ୟାନର କୌଣସୀ ବୃକ୍ଷର ଫଳ ନ ଖାଇବାକୁ ତୁମକୁ କହିଛନ୍ତି କି ?

ନାରୀ ଉତ୍ତର ଦେଲା, ପରମେଶ୍ଵର ଆମ୍ଭକୁ କହିଲେ ଭଲ ଏବଂ ମନ୍ଦ ଜ୍ଞାନ ଦାୟକ ବୃକ୍ଷର ଫଳକୁ ଛାଡି ଯେ କୌଣସି ବୃକ୍ଷର ଫଳ ଆମେ ଖାଇ ପାରିବୁ । ପରମେଶ୍ଵର ଆମକୁ କହିଲେ, ଯଦି ତୁମେ ସେହି ଫଳ ଖାଇବ ଅଥବା ଛୁଇଁବ ସେହିଦିନ ତୁମ୍ଭେ ମରିବ ।

ସର୍ପ ନାରୀକୁ କହିଲା, ତାହା ସତ ନୁହଁ । ତୁମେ ମରିବ ନାହିଁ । ପରମେଶ୍ଵର ଜାଣନ୍ତି ଯେ, ତୁମେ ଖାଇବା ସଙ୍ଗେ ସଙ୍ଗେ ପରମେଶ୍ଵଙ୍କ ପରି ତୁମେ ହୋଇଯିବ ଓ ତାଙ୍କ ପରି ଭଲ ଓ ମନ୍ଦକୁ ବୁଝି ପାରିବ ।

ନାରୀ ତାହା ଦେଖିଲା , ସେହି ଫଳ ଦେଖିବାକୁ ସୁନ୍ଦର ଥିଲା ଓ ଖାଇବାକୁ ସୁସ୍ଵାଦୁ ଥିଲା । ସେ ମଧ୍ୟ ବୁଦ୍ଧିମାନ ହେବାକୁ ଚାହିଲା, ସେଥିପାଇଁ ସେ କିଛି ଫଳ ତୋଳିଲା ଏବଂ ଖାଇଲା । ତା ପରେ ସେ କିଛି ଫଳ ତାର ସ୍ବାମୀଙ୍କୁ ଦେଲା, ଯିଏ ତାର ସହିତ ଥିଲେ ଏବଂ ସେ ମଧ୍ୟ ସେଥିରୁ କିଛି ଖାଇଲା ।

ହଠାତ୍, ସେମାନଙ୍କ ଆଖି ଖୋଲିଲା, ଏବଂ ସେମାନେ ଅନୁଭବ କଲେ ଯେ, ସେମାନେ ଉଲଗ୍ନ ହୋଇଛନ୍ତି । ପତ୍ରଗୁଡ଼ିକକୁ ସିଲାଇ କରିବା ଦ୍ଵାରା ସେମାନଙ୍କ ଶରୀରକୁ ଘୋଡାଇବାକୁ ଚେଷ୍ଟା କଲେ ।

ତା’ପରେ ପରମେଶ୍ଵର ଉଦ୍ୟାନ ମଧ୍ୟକୁ ଚାଲି ଆସୁଥିବା ଶବ୍ଦ ପୁରୁଷ ଓ ତାଙ୍କ ସ୍ତ୍ରୀ ଶୁଣିବାକୁ ପାଇଲେ । ସେମାନେ ଦୁହେଁ ପରମେଶ୍ଵଙ୍କଠାରୁ । ତା’ପରେ ପରମେଶ୍ଵର ପୁରୁଷକୁ ଡାକିଲେ, ତୁମେ କେଉଁ ଠାରେ ଅଛ ? ଆଦମ ଉତ୍ତର ଦେଲା, ତୁମ୍ଭେ ଏଦନ ଉଦ୍ୟାନରେ ଚାଲିବାର ମୁଁ ଶୁଣିଲି ଓ ମୁଁ ଭୟ କଲି, କାରଣ ମୁଁ ଉଲଗ୍ନ ଥିଲି । ତେଣୁ ମୁଁ ଲୁଚିଲି।

ତେବେ ପରମେଶ୍ଵର ପଚାରିଲେ, ତୁମେ ଯେ ଉଲଗ୍ନ ଅଛ ତୁମକୁ କିଏ କହିଲା ? ଯେଉଁ ଫଳ ନ ଖାଇବାକୁ ମୁଁ କହିଥିଲି, ସେହି ଫଳ ତୁମେ ଖାଇଲ କି ?ପୁରୁଷ ଉତ୍ତର ଦେଲା, ଏହି ସ୍ତ୍ରୀକୁ ତୁମେ ମୋତେ ଦେଲ ଏବଂ ସେ ମୋତେ ଫଳ ଖାଇବାକୁ ଦେଲା । ପରମେଶ୍ଵର ନାରୀଙ୍କୁ ପଚାରିଲେ, ଏହା ତୁମେ କ’ଣ କଲ ? ନାରୀ ଉତ୍ତର ଦେଲା, ସର୍ପ ମୋତେ ଭୁଲାଇଲା ।

ପରମେଶ୍ଵର ସର୍ପକୁ କହିଲେ, ତୁମେ ଅଭିଶପ୍ତ ହୋଇ ଅଛ । ତୁମେ ତୁମ ପେଟରେ ଚାଲିବ ଓ ଧୁଳି ଖାଇବ । ତୁମେ ଓ ନାରୀ ପରସ୍ପରକୁ ଘୃଣା କରିବ । ଏବଂ ତୁମ ସନ୍ତାନ ଓ ତାର ସନ୍ତାନ ମଧ୍ୟ ଘୃଣା କରିବେ । ନାରୀର ବଂଶ ତୁମର ମସ୍ତକକୁ ଆଘାତ କରିବ ଓ ତୁମେ ତାର ଗୋଇଠାକୁ କାମୁଡିବ ।

ତା’ପରେ ପରମେଶ୍ଵର ନାରୀଙ୍କୁ କହିଲେ, ମୁଁ ତୁମ୍ଭର ପ୍ରସବ ବେଦନା ଅତିଶୟ ବଢାଇବି । ତୁମ୍ଭେ ତୁମ୍ଭର ସ୍ଵାମିଙ୍କୁ ଚାହିଁବ ଏବଂ ସେ ତୁମ୍ଭ ଉପରେ ଶାସନ କରିବ ।

ପରମେଶ୍ଵର ମନୁଷ୍ୟକୁ କହିଲେ, ତୁମ୍ଭେ ଆପଣା ସ୍ତ୍ରୀର କଥା ଶୁଣିଲ ଓ ମୋର ଅବାଧ୍ୟ ହେଲ । ବର୍ତ୍ତମାନ ଭୂମି ଅଭିଶପ୍ତ ହେଲା, ଏବଂ ତୁମକୁ ଖାଦ୍ୟ ଉତ୍ପନ୍ନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ତୁମେ ମରିବ ଏବଂ ତୁମ ଶରୀର ମାଟିକୁ ଫେରିବ । ପୁରୁଷ ତାର ସ୍ତ୍ରୀକୁ ହବା ନାମ ଦେଲା, ଯାହାର ଅର୍ଥ ଜୀବନଦାୟୀ, କାରଣ ସେ ଅନେକ ଲୋକଙ୍କର ମାତା ହେବେ । ଏବଂ ପରମେଶ୍ଵର ଆଦମ ଓ ହବାଙ୍କୁ ପଶୁର ଚମଡାରେ ଆଚ୍ଛାଦିତ କଲେ ।

ତା’ପରେ ପରମେଶ୍ଵର କହିଲେ, ବର୍ତ୍ତମାନ ଭଲ ଓ ମନ୍ଦ ଜାଣିବ ଦ୍ବାରା ମନୁଷ୍ୟ ଆମ୍ଭ ପରି ଜଣେ ହୋଇଅଛି, ସେମାନେ ସର୍ବଦା ବଞ୍ଚି ରହିବା ପାଇଁ ଜୀବନଦାୟୀ ବୃକ୍ଷର ଫଳ ଖାଇବା ଉଚିତ୍ ନୁହେଁ । ତେଣୁ ପରମେଶ୍ଵର ଆଦମ ଓ ହବାକୁ ସୁନ୍ଦର ଉଦ୍ୟାନରୁ ବାହାର କଲେ ଏବଂ ଦୂରକୁ ପଠାଇଲେ। ଜୀବନଦାୟୀ ବୃକ୍ଷର ଫଳକୁ ଯେପରି ନ ଖାଇବା ପାଇଁ, ପରମେଶ୍ଵର ଶକ୍ତିଶାଳୀ ଦୂତଗଣମାନଙ୍କୁ ଉଦ୍ୟାନର ଫାଟକରେ ଜଗୁଆଳି ଭାବରେ ରଖିଲେ ।

Ulwazi oluhlobene

Amazwi Okuphila - Imiyalezo yevangeli elalelwayo ngezinkulungwane zezilimi equkethe imiyalezo esekelwe eBhayibhelini mayelana nensindiso nokuphila kobuKristu.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons