Selecione um Idioma

mic

Compartilhar

Compartilhar link

QR code for https://globalrecordings.net/script/or/1250

unfoldingWord 50 - ଯୀଶୁ ପ୍ରତ୍ୟାବର୍ତ୍ତନ କରନ୍ତି

unfoldingWord 50 - ଯୀଶୁ ପ୍ରତ୍ୟାବର୍ତ୍ତନ କରନ୍ତି

Esboço: Matthew 13:24-42; 22:13; 24:14; 28:18; John 4:35; 15:20; 16:33; 1 Thessalonians 4:13-5:11; James 1:12; Revelation 2:10; 20:10; 21-22

Número do roteiro: 1250

Idioma: Odia / Oriya

Público alvo: General

Propósito: Evangelism; Teaching

Características: Bible Stories; Paraphrase Scripture

Estado: Approved

Os roteiros são guias básicos para a tradução e gravação em outros idiomas. Devem ser adaptados de acordo com a cultura e a língua de cada região, para fazê-lo relevante. Certos termos e conceitos podem precisar de uma explicação adicional ou mesmo serem omitidos no contexto de certos grupos culturais.

Texto do roteiro

୨୦୦୦ ବର୍ଷରୁ ଅଧିକ ସମୟ ସମଗ୍ର ବିଶ୍ଵରୁ ଅଧିକରୁ ଅଧିକ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ଶୁଭ ସମ୍ବାଦ ଶୁଣିଆସୁଅଛନ୍ତି ।ମଣ୍ଡଳୀ ବୃଦ୍ଧିପାଇ ଚାଲିଛି ।ଯୀଶୁ ପ୍ରତିଜ୍ଞା କଲେ ଯେ ସେ ଶେଷ ସମୟରେ ଜଗତକୁ ଫେରି ଆସିବେ ।ଯଦିଓ ସେ ଏ ପର୍ଯ୍ୟନ୍ତ ଆସିନାହାନ୍ତି, ସେ ତାହାଙ୍କ ପ୍ରତିଜ୍ଞା ରକ୍ଷା କରିବେ ।

ଆମେ ଯୀଶୁଙ୍କ ଆସିବାର ଅପେକ୍ଷା କରୁ କରୁ, ଈଶ୍ଵର ଚାହାନ୍ତି ଯେପରିକି ଆମେ ଏକ ପବିତ୍ର ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁଥିବା ଏକ ଜୀବନ କାଟିବା ।ସେ ଚାହାନ୍ତି ଯେପରି ଆମେ ତାହାଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହୁ ।ଯୀଶୁ ପୃଥିବୀରେ ବାସ କରୁଥିବା ସମୟରେ କହିଲେ “ମୋ ଶିଷ୍ୟମାନେ ଈଶ୍ଵରଙ୍କ ରାଜ୍ୟର ଶୁଭସମ୍ବାଦ ଜଗତରେ ଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିବେ, ତା’ପରେ ହିଁ ଯୁଗର ଶେଷ ହେବ ।“

ଅନେକ ଲୋକ ଦଳ ଏପର୍ଯ୍ୟନ୍ତ ଯୀଶୁଙ୍କ ବିଷୟରେ ଶୁଣିନାହାନ୍ତି ।ସେ ସ୍ଵର୍ଗକୁ ଫେରିଯିବା ପୂର୍ବରୁ, ଯେଉଁମାନେ କେବେ ମଧ୍ୟ ସୁସମାଚାର ଶୁଣିନାହାନ୍ତି ସେମାନଙ୍କ ନିକଟରେ ସୁସମାଚାର ଘୋଷଣା କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟିୟାନମାନଙ୍କୁ କହିଅଛନ୍ତି ।ସେ କହିଲେ “ତୁମ୍ଭେମାନେ ଯାଇ ସମସ୍ତ ଲୋକଦଳଙ୍କୁ ଶିଷ୍ୟ କର!”, ଏବଂ “ଅମଳ ନିମନ୍ତେ ଶଷ୍ୟ ପରିପକ୍ବ ହୋଇଅଛି!”

ଯୀଶୁ ଆହୁରି କହିଲେ “ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହଁନ୍ତି ।ଏହି ଜଗତର ଅଧିକାରପ୍ରାପ୍ତ ବ୍ୟକ୍ତିମାନେ ଯେପରି ମୋତେ ଘୃଣା କରନ୍ତି, ଠିକ୍ ସେହିପରି ସେମାନେ ମୋ ସକାଶେ ତୁମ୍ଭମାନଙ୍କୁ ତାଡନା କରି ହତ୍ୟା କରିବେ ।ଯଦିଓ ଏହି ଜଗତରେ ତୁମ୍ଭେମାନେ କ୍ଲେଶଭୋଗ କରିବ, ଉତ୍ସାହିତ ହୁଅ କାରଣ ଜଗତକୁ ଶାସନ କରୁଥିବା ଶୟତାନକୁ ମୁଁ ଜୟ କରିଅଛି ।ଯଦି ତୁମ୍ଭେମାନେ ଶେଷ ପର୍ଯ୍ୟନ୍ତ ମୋ ନିକଟରେ ବିଶ୍ଵସ୍ତ ରହିବ, ତେବେ ଈଶ୍ଵର ତୁମ୍ଭମାନଙ୍କୁ ରକ୍ଷା କରିବେ !”

ଯେ ଜଗତ ଶେଷ ହେବା ସମୟରେ ଲୋକମାନଙ୍କ ପ୍ରତି କ’ଣ ଘଟିବ ତାହା ବୁଝାଇବା ନିମନ୍ତେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଏକ କାହାଣୀ କହିଲେ । ସେ କହିଲେ “ଜଣେ ଲୋକ ତାଙ୍କ କ୍ଷେତରେ ଉତ୍ତମ ବିହନ ବୁଣିଥିଲେ ।ସେ ଶୋଇଥିବା ସମୟରେ ତାହାର ଶତ୍ରୁ ଆସି ଗହମ ସହିତ ବାଳୁଙ୍ଗା ବିହନ ବୁଣିଲା ଏବଂ ସେ ଚାଲିଗଲା ।”

“ଯେତେବେଳେ ବୀଜ ଗଜା ହେଲା, ସେହି ଲୋକର ଦାସମାନେ ଆସି କହିଲେ ‘ଗୁରୁ, ଆପଣ ସେହି କ୍ଷେତରେ ଉତ୍ତମ ବିହନ ବୁଣିଥିଲେ ।ତେବେ ସେଠାରେ କାହିଁକି ବାଳୁଙ୍ଗା ଦେଖାଦେଇଛି?”‘ଗୁରୁ ଉତ୍ତର ଦେଲେ, ‘ଜଣେ ଶତ୍ରୁ ତାହା କରିଅଛି ।”

“ଦାସମାନେ ସେମାନଙ୍କ ମାଲିକକୁ କହିଲେ, ‘ଆମେ କ’ଣ ବାଳୁଙ୍ଗାଗୁଡିକ ଉପାଡିବା?” ମାଲିକ କହିଲେ, 'ନାହିଁ. ଯଦି ତୁମେ ତାହା କରିବ, ତାହା ସହିତ ତୁମେ ଗହମ ମଧ୍ୟ ଉପାଡିଦେବ ।ଶଷ୍ୟ ଅମଳ ହେବା ଯାଏ ଅପେକ୍ଷା କର, ବାଲୁଙ୍ଗାଗୁଡିକ ଏକାଠି କରି ଜଳାଇ ଦିଅ, କିନ୍ତୁ ଗହମ ଶଷ୍ୟକୁ ମୋ ଅମାରକୁ ଆଣ ।”

ଶିଷ୍ୟମାନେ ସେହି କାହାଣୀ ବା ଦୃଷ୍ଟାନ୍ତର ଅର୍ଥ ବୁଝିପାରିଲେ ନାହିଁ, ତେଣୁ ସେମାନେ ତାହା ବୁଝାଇଦେବା ନିମନ୍ତେ ଯୀଶୁଙ୍କୁ କହିଲେ ।ଯୀଶୁ କହିଲେ “ଯେଉଁ ବ୍ୟକ୍ତି ଉତ୍ତମ ବିହନ ରୋପଣ କଲା ସେ ଖ୍ରୀଷ୍ଟଙ୍କ ପ୍ରତୀକ ଅଟେ ।କ୍ଷେତ ହେଉଛି ଜଗତ ।ଉତ୍ତମ ବିହନ ଈଶ୍ଵରଙ୍କ ରାଜ୍ୟର ଲୋକମାନଙ୍କୁ ବୁଝାଏ ।”

“ବାଳୁଙ୍ଗାଗୁଡିକ ସେହିମାନଙ୍କୁ ଚିହ୍ନଟ କରେ ଯେଉଁମାନେ ମନ୍ଦ ଅଟନ୍ତି ।ଯେଉଁ ଶତ୍ରୁ ବାଳୁଙ୍ଗାଗୁଡିକ ରୋପଣ କଲା ବା ବୁଣିଦେଇ ଚାଲିଗଲା ସେ ହେଉଛି ଶୟତାନ୍ ।ଶଷ୍ୟ ଅମଳ ହେଉଛି ଜଗତର ଶେଷ ଏବଂ ଅମଳକାରୀମାନେ ହେଉଛନ୍ତି ଈଶ୍ଵରଙ୍କ ଦୂତଗଣ ।”

ଯେତେବେଳେ ଜଗତ ଶେଷ ହେବ, ସେତେବେଳେ ଦୂତମାନେ ପାପର ସନ୍ତାନମାନଙ୍କୁ ଏକାଠି କରି ପ୍ରଜ୍ଜଳିତ ଅଗ୍ନି ମଧ୍ୟରେ ପକାଇଦେବେ, ଯେଉଁଠି ରୋଦନ ଓ ଦନ୍ତର କିଡିମିଡି ହେବ ।ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତା ଈଶ୍ଵରଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ହେବେ ।”

ଯୀଶୁ ଆହୁରି ମଧ୍ୟ କହିଲେ ଯେ ଜଗତ ଶେଷ ହେବା ଠିକ୍ ପୂର୍ବରୁ ସେ ପୃଥିବୀକୁ ଫେରି ଆସିବେ ।ସେ ଯେପରି ପୃଥିବୀରୁ ସ୍ଵର୍ଗକୁ ଯାଇଥିଲେ, ସେ ଠିକ୍ ସେହିପରି ପୃଥିବୀକୁ ଫେରି ଆସିବେ । ତାଙ୍କର ଏକ ଶରୀର ଥିବ ଓ ସେ ଆକାଶରେ ମେଘମାଳାରେ ଆଗମନ କରିବେ ।ଯୀଶୁ ଯେତେବେଳେ ଫେରିବେ, ଯେତେଜଣ ଖ୍ରୀଷ୍ଟିୟାନ ମୃତ୍ୟୁଭୋଗ କରିଥିବେ, ସେମାନେ ମୃତ୍ୟୁରୁ ଉଠିବେ ଏବଂ ତାହାଙ୍କୁ ଆକାଶରେ ସାକ୍ଷାତ କରିବେ ।

ତା’ପରେ ଯେଉଁ ଖ୍ରୀଷ୍ଟିୟାନମାନେ ଜୀବିତ ଥିବେ ସେମାନେ ମୃତ୍ୟୁରୁ ଉତ୍ଥିତ ଖ୍ରୀଷ୍ଟିୟାନମାନଙ୍କ ସହ ମିଳିତ ହୋଇ ଆକାଶକୁ ଉଠାଯିବେ ।ସେମାନେ ସମସ୍ତେ ସେଠାରେ ଯୀଶୁଙ୍କ ସହିତ ରହିବେ ।ତାହା ପରେ, ଯୀଶୁ ତାହାଙ୍କ ଲୋକମାନଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତି ଓ ଏକତାରେ ଚିରକାଳ ରହିବେ ।

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କୁ ଏକ ମୁକୁଟ ଦେବା ପାଇଁ ଯୀଶୁ ପ୍ରତିଜ୍ଞା କରିଅଛନ୍ତି ।ସେମାନେ ଈଶ୍ଵରଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତିରେ ବାସ କରି ରାଜତ୍ଵ କରିବେ ।

କିନ୍ତୁ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ନାହିଁ ଈଶ୍ଵର ସେମାନଙ୍କର ବିଚାର କରିବେ ।ସେ ସେମାନଙ୍କୁ ନର୍କକୁ ନିକ୍ଷେପ କରିବେ, ଯେଉଁଠି ରୋଦନ ଓ ଦାନ୍ତର କିଡିମିଡି ହେବ ।ଏପରି ଏକ ଅଗ୍ନି ଯାହା କେବେ ଲିଭିବ ନାହିଁ ଏବଂ ନିରନ୍ତର ଜଳୁଥିବ, ଏବଂ କୀଟମାନେ ସେମାନଙ୍କୁ ଖାଇବା ବନ୍ଦ କରିବେ ନାହିଁ ।

ଯୀଶୁ ଯେତେବେଳେ ଫେରିବେ, ସେ ସମ୍ପୂର୍ଣ୍ଣରୂପେ ଶୟତାନ ଓ ତାହାର ରାଜ୍ୟକୁ ବିନାଶ କରିବେ ।ସେ ଶୟତାନକୁ ଏବଂ ଈଶ୍ଵରଙ୍କ ଆଜ୍ଞାବହ ହେବା ଅପେକ୍ଷା ତାହାର ଅନୁଗମନ କରିବାକୁ ମନୋନୀତ କରିଥିବା ସମସ୍ତଙ୍କୁ ନର୍କରେ ନିକ୍ଷେପ କରିବେ ଯେଉଁଠି ଚିରଦିନ ପାଇଁ ଜଳୁଥିବେ ।

ଯେହେତୁ ଆଦମ ଓ ହବା ଈଶ୍ଵରଙ୍କର ଅନାଜ୍ଞାବହ ହେଲେ ଏବଂ ଏହି ଜଗତକୁ ପାପ ପ୍ରବେଶ କରାଇଲେ, ତେଣୁ ଈଶ୍ଵର ଏହାକୁ ଅଭିଶାପ ଦେଲେ ଏବଂ ଏହାକୁ ବିନାଶ କରିବା ନିମନ୍ତେ ନିଷ୍ପତ୍ତି ନେଲେ ।କିନ୍ତୁ ଦିନେ ଈଶ୍ଵର ଏକ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ସୃଷ୍ଟି କରିବେ ଯାହା ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ ।

ଯୀଶୁ ଓ ତାହାଙ୍କ ଲୋକମାନେ ନୂତନ ପୃଥିବୀରେ ବାସ କରିବେ, ଏବଂ ଯାହା ସବୁ ଥିବ ସେ ସମସ୍ତ ଉପରେ ସେ ଚିରକାଳ ରାଜତ୍ଵ କରିବେ ।ସେ ପ୍ରତ୍ୟେକଙ୍କ ଅଶ୍ରୁଜଳ ପୋଛି ଦେବେ ଏବଂ କ୍ଲେଶଭୋଗ, ଦୁଃଖ, କ୍ରନ୍ଦନ, ମନ୍ଦତା, କଷ୍ଟ ବା ମୃତ୍ୟୁ ହେବନାହିଁ ।ଯୀଶୁ ଶାନ୍ତି ଓ ନ୍ୟାୟରେ ତାହାଙ୍କ ରାଜ୍ୟ ଉପରେ ରାଜତ୍ଵ କରିବେ ଏବଂ ସେ ତାହାଙ୍କ ଲୋକମାନଙ୍କ ସହ ଚିରଦିନ ରହିବେ ।

Informações pertinentes

Palavras de Vida - A GRN tem mensagens evangelísticas em áudio em milhares de idiomas contendo a mensagem bíblica sobre a salvação e a vida cristã.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons