Valitse kieli

mic

Jaa

Jaa linkki

QR code for https://globalrecordings.net/script/8699

unfoldingWord 01 - ସୃଷ୍ଟି

unfoldingWord 01 - ସୃଷ୍ଟି

Pääpiirteet: Genesis 1-2

Käsikirjoituksen numero: 1201

Kieli: Odia / Oriya

Teema: Bible timeline (Creation)

Yleisö: General

Tarkoitus: Evangelism; Teaching

Features: Bible Stories; Paraphrase Scripture

Tila: Approved

Käsikirjoitukset ovat perusohjeita muille kielille kääntämiseen ja tallentamiseen. Niitä tulee mukauttaa tarpeen mukaan, jotta ne olisivat ymmärrettäviä ja merkityksellisiä kullekin kulttuurille ja kielelle. Jotkut käytetyt termit ja käsitteet saattavat vaatia lisäselvitystä tai jopa korvata tai jättää kokonaan pois.

Käsikirjoitusteksti

୩. ସମସ୍ତ ସୃଷ୍ଟି ଏହିପରି ହେଲା । ଛ ଦିନରେ ପରମେଶ୍ଵର ସ୍ଵର୍ଗ ଓ ପୃଥିବୀ ଓ ସେଥିର ସମସ୍ତ ବିଷୟ ସୃଷ୍ଟି କଲେ । ପରମେଶ୍ଵର ସୃଷ୍ଟି କରିବା ପରେ ପୃଥିବୀ ଅନ୍ଧାର ଓ ଶୂନ୍ୟ ଥିଲା । କୌଣସି ବିଷୟର ଗଠନ ହୋଇନଥିଲା । କିନ୍ତୁ ପରମେଶ୍ଵରଙ୍କ ଆତ୍ମା ଜଳ ଉପରେ ଥିଲା ।

ତାହାପରେ ପରମେଶ୍ଵର କହିଲେ, ଦୀପ୍ତି ହେଉ । ତହିଁରେ ଦୀପ୍ତି ହେଲା ।ପରମେଶ୍ଵର ଦୀପ୍ତିକୁ ଉତ୍ତମ ଦେଖିଲେ ଓ ତାକୁ ଦିବସ କହିଲେ । ସେ ଏହାକୁ ଅନ୍ଧକାରରୁ ପୃଥକ୍, ଯାହାକୁ ସେ କହିଲେ "ରାତ୍ର" । ପରମେଶ୍ଵର ସୃଷ୍ଟିର ପ୍ରଥମ ଦିନରେ ଆଲୋକ ସୃଷ୍ଟି କଲେ ।

ସୃଷ୍ଟିର ଦ୍ଵିତୀୟ ଦିନରେ ପରମେଶ୍ଵର ପୃଥିବୀ ଉପରେ ଆକାଶ ସୃଷ୍ଟି ହେବାକୁ କହିଲେ । ସେ ନିମ୍ନ ଜଳ ଠାରୁ ଉର୍ଦ୍ଧ ଜଳକୁ ପୃଥକ୍ କରିବା ଦ୍ଵାରା ଆକାଶ ସୃଷ୍ଟି କଲେ ।

ତୃତୀୟ ଦିନରେ ପରମେଶ୍ଵର କହିଲେ ଓ ଶୁଷ୍କ ଭୂମିରୁ ଜଳକୁ ପୃଥକ କଲେ । ସେ ଶୁଷ୍କ ଭୂମିକୁ "ପୃଥିବୀ" କହିଲେ ଓ ସେ ଜଳକୁ "ସମୁଦ୍ର" ସେ କହିଲେ । ପରମେଶ୍ଵର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା

ତାହାପରେ ପରମେଶ୍ଵର କହିଲେ "ପୃଥିବୀରେ ସମସ୍ତ ପ୍ରକାର ଗଛଗୁଡିକ ଓ ତୃଣଗୁଡିକ ଉତ୍ପନ୍ନ ହେଉ । ଏବଂ ସେହିପରି ହେଲା ।ପରମେଶ୍ଵର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା ।

ସୃଷ୍ଟିର ଚତୁର୍ଥ ଦିନରେ, ପରମେଶ୍ଵର କହିଲେ ଏବଂ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ । ପରମେଶ୍ଵର ସେସମସ୍ତଙ୍କୁ ପୃଥିବୀରେ ଦୀପ୍ତି ଦେବାକୁ ଏବଂ ଦିନ, ରାତ୍ରି, ଋତୁଗୁଡିକ ଓ ବର୍ଷମାନଙ୍କର ସଂକେତ ପାଇଁ ବ୍ୟବହୃତ ହେବାକୁ କହିଲେ । ପରମେଶ୍ଵର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା ।

ପଞ୍ଚମ ଦିନରେ ପରମେଶ୍ଵର କହିଲେ ଏବଂ ଜଳରେ ପହଁରିବା ସମସ୍ତ ଜୀବଗୁଡିକୁ ଓ ପକ୍ଷୀମାନଙ୍କୁ ସୃଷ୍ଟି କଲେ । ପରମେଶ୍ଵର ତାହା ଉତ୍ତମ ଦେଖିଲେ ଏବଂ ସେ ସେମାନଙ୍କୁ ଆଶୀର୍ବାଦ କଲେ ।

ସୃଷ୍ଟିର ଷଷ୍ଠ ଦିନରେ, ପରମେଶ୍ଵର କହିଲେ, " ଭୁମିର ସମସ୍ତ ପ୍ରକାର ପଶୁଗୁଡ଼ିକ ସୃଷ୍ଟି ହେଉ । ପରମେଶ୍ଵର ଯେମିତି କହିଲେ, ଠିକ ସେହିପରି ହେଲା । କେତେକ କୃଷି ଉପଯୋଗୀ ପଶୁ ଥିଲେ, କେତେକ ଭୁମି ଉପରେ ଚାଲିବ ସରିସୃପ ପ୍ରାଣୀ ଓ କେତେକ ବନ୍ୟ ପଶୁଗୁଡିକ ଥିଲେ । ଏବଂ ପରମେଶ୍ଵର ସେଗୁଡିକ ଉତ୍ତମ ଦେଖିଲେ ।

ତା’ପରେ ପରମେଶ୍ଵର କହିଲେ, ଆସ,ଆମ୍ଭେ ମଣିଷକୁ ଆମ୍ଭପରି ନିଜ ସାଦୃସ୍ୟରେ ସୃଷ୍ଟି କରିବା । ପୃଥିବୀ ଉପରେ ଓ ସମସ୍ତ ପଶୁମାନଙ୍କ ଉପରେ ସେମାନଙ୍କର ଅଧିକାର ରହିବ ।

ତେଣୁ ପରମେଶ୍ଵର କିଛି ଧୁଳି ନେଲେ, ମଣିଷକୁ ନିର୍ମାଣ କଲେ, ଏବଂ ତା ଭିତରେ ଜୀବନର ଫୁଙ୍କ ଦେଲେ । ଏହି ମଣିଷର ନାମ ଆଦମ ଥିଲା । ପରମେଶ୍ଵର ଏକ ଉଦ୍ୟାନ ରୋପଣ କଲେ, ଯେଉଁଠାରେ ଆଦମ ରହିବ ଏବଂ ତାହାର ଯତ୍ନ କରିବା ପାଇଁ ତାହାକୁ ସେହିଠାରେ ରଖିଲେ ।

ଉଦ୍ୟାନର ମଧ୍ୟରେ, ପରମେଶ୍ଵର ଦୁଇଗୋଟି ମୁଖ୍ୟ ବୃକ୍ଷ୍ୟଗୁଡିକ ରୋପଣ କରିଲେ - ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ଜ୍ଞାନଦାୟକ ବୃକ୍ଷ ।ପରମେଶ୍ଵର ଆଦମକୁ କହିଲେ ଯେ ଭଲ ଓ ମନ୍ଦ ଜ୍ଞାନଦାୟକ ବୃକ୍ଷୟର ଫଳକୁ ଛାଡି ଉଦ୍ୟାନରେ ଥିବା ପ୍ରତ୍ୟେକ ଗଛଗୁଡ଼ିକରୁ ଖାଇପାରିବ । ଯଦି ଏହି ବୃକ୍ଷୟର ଫଳ ସେ ଖାଏ, ତେବେ ସେ ମରିବ ।

ତାହା ପରେ ପରମେଶ୍ଵର କହିଲେ, ମଣିଷ ଏକାକି ରହିବା ଭଲ ନୁହଁ । କିନ୍ତୁ, କୌଣସି ପଶୁ ଆଦମଙ୍କ ନିମନ୍ତେ ସାହାଯ୍ୟକାରୀ ନ ଥିଲେ ।

ତେଣୁ, ପରମେଶ୍ଵର ଆଦମଙ୍କୁ ଘୋର ନିଦ୍ରାରେ ଶୋଆଇ ଦେଲେ । ତା’ପରେ, ପରମେଶ୍ଵର ଆଦମର ଏକ ପଞ୍ଜରା ହାଡ଼କୁ ନେଇ ଏକ ନାରୀକୁ ତିଆରି କଲେ ଓ ତାଙ୍କୁ ଆଦମଙ୍କ ନିକଟକୁ ଆଣିଲେ ।

ଯେତେବେଳେ ଆଦମ ତାଙ୍କୁ ଦେଖିଲା, ସେ କହିଲା, ଶେଷରେ ! ଏ ଜଣ ମୋ ପରି ଅଟେ ! ସେ ନାରୀ ବୋଲି ଡକା ଯିବ, ଯେହେତୁ ସେ ନରଠାରୁ ସୃଷ୍ଟି ହୋଇଅଛି । ଏହି କାରଣରୁ ମଣିଷ ତାହାର ପିତାମାତାଙ୍କୁ ଛାଡି ତା ସ୍ତ୍ରୀ ସହିତ ଏକ ହେବ ।

ପରମେଶ୍ଵର ନର ଓ ନାରୀକୁ ତାଙ୍କ ନିଜ ସାଦୃଶ୍ୟରେ ନିର୍ମାଣ କରିଲେ । ସେ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, ଅନେକ ପୁତ୍ରକନ୍ୟାମାନ ଓ ନାତିନାତୁଣୀମାନଙ୍କୁ ଜନ୍ମ କର ଏବଂ ପୃଥିବୀକୁ ପରିପୂର୍ଣ କର । ପରମେଶ୍ଵର ଯାହାସବୁ ସୃଷ୍ଟି କରିଥିଲେ, ସେହିସବୁ ଅତି ଉତ୍ତମ ଦେଖିଲେ । ଯାହା ସେହି ସବୁଥିରେ ତାଙ୍କ ଅତି ସନ୍ତୋଷ ଥିଲା । ଏ ସମସ୍ତ ବିଷୟ ସୃଷ୍ଟିର ଷଷ୍ଠ ଦିନରେ ହେଲା ।

ଯେତେବେଳେ ସପ୍ତମ ଦିନ ଆସିଲା, ପରମେଶ୍ଵର ତାଙ୍କ ସମସ୍ତ କାର୍ଯ୍ୟ ସମାପ୍ତ କରିଥିଲେ । ତେଣୁ ପରମେଶ୍ଵର ସମସ୍ତ କାର୍ଯ୍ୟଠାରୁ ଯାହା ସେ କରି ଆସୁଥିଲେ ବିଶ୍ରାମ ନେଲେ । ସେ ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ । କାରଣ ଏହି ଦିନରେ ସେ ତାଙ୍କ କାର୍ଯ୍ୟଠାରୁ ବିଶ୍ରାମ ନେଲେ । ଏହି ପ୍ରକାରେ ପରମେଶ୍ଵର ବ୍ରହ୍ମାଣ୍ଡ ଓ ତହିର ସମସ୍ତ ବିଷୟ ସୃଷ୍ଟି କରିଲେ ।

Aiheeseen liittyvät tiedot

Elämän Sanat - Äänitettyjä evankeliumiviestejä tuhansilla kielillä, jotka sisältävät Raamattuun perustuvia viestejä pelastuksesta ja kristillisestä elämästä.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?