انتخاب زبان

mic

unfoldingWord 44 - ପିତର ଓ ଯୋହନ ଏକ ଭିକ୍ଷୁକକୁ ସୁସ୍ଥ କରନ୍ତି

unfoldingWord 44 - ପିତର ଓ ଯୋହନ ଏକ ଭିକ୍ଷୁକକୁ ସୁସ୍ଥ କରନ୍ତି

طرح کلی: Acts 3-4:22

شماره کتاب: 1244

زبان: Odia / Oriya

مخاطبان: General

هدف: Evangelism; Teaching

سمات: Bible Stories; Paraphrase Scripture

وضعیت: Approved

اسکریپت ها( سندها)، دستورالعمل های اساسی برای ترجمه و ضبط به زبان های دیگر هستند. آنها باید در صورت لزوم تطبیق داده شوند تا برای هر فرهنگ و زبان مختلف قابل درک و مرتبط باشند. برخی از اصطلاحات و مفاهیم مورد استفاده ممکن است نیاز به توضیح بیشتری داشته باشند، یا جایگزین، یا به طور کامل حذف شوند.

متن کتاب

ଦିନେ, ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ ।ସେମାନେ ଯେତେବେଳେ ମନ୍ଦିର ଦ୍ଵାରରେ ଉପସ୍ଥିତ ହେଲେ, ସେମାନେ ଏକ ଖଞ୍ଜକୁ ମାଗୁଥିବାର ଦେଖିଲେ ।

ପିତର ପଙ୍ଗୁ ବ୍ୟକ୍ତି ପ୍ରତି ଦୃଷ୍ଟି କରି କହିଲେ “ଦେବା ନିମନ୍ତେ ମୋ ଠାରେ ଅର୍ଥ ନାହିଁ ।କିନ୍ତୁ ମୋହର ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଅଛି ।ନାଜରିତୀୟ ଯୀଶୁଙ୍କ ନାମରେ ଉଠି ଚାଲ!”

ସାଙ୍ଗେ ସାଙ୍ଗେ, ଈଶ୍ଵର ସେହି ପଙ୍ଗୁ ଲୋକକୁ ସୁସ୍ଥ କଲେ, ଏବଂ ସେ ଚାରିପାଖରେ କୁଦା ମାରି ଚାଲିବାକୁ ଲାଗିଲା ।ମନ୍ଦିର ପ୍ରାଙ୍ଗଣରେ ଥିବା ଲୋକମାନେ ଆଶ୍ଚର୍ଯ୍ୟାନ୍ମିତ ହେଲେ ।

ଯେଉଁ ଲୋକଟି ସୁସ୍ଥ ହୋଇଥିଲା ତାହାକୁ ଦେଖିବା ନିମନ୍ତେ ଲୋକ ଗହଳି ଆସିଲେ ।ପିତର ସେମାନଙ୍କୁ କହିଲେ “ଏହି ଲୋକ ସୁସ୍ଥ ହେବାରୁ ତୁମ୍ଭେମାନେ କାହିଁକି ଏତେ ଆଶ୍ଚର୍ଯ୍ୟାନ୍ମିତ ହେଉଅଛ?ଆମ୍ଭମାନଙ୍କ ଶକ୍ତି ବା ଉତ୍ତମତା ଦ୍ଵାରା ଆମ୍ଭେମାନେ ସେହି ଲୋକକୁ ସୁସ୍ଥ କରିନାହୁଁ ।ବରଂ, ଏହା ଯୀଶୁଙ୍କ ଶକ୍ତି ଓ ଯୀଶୁ ପ୍ରଦାନ କରିଥିବା ବିଶ୍ଵାସ ଯାହା ସେହି ବ୍ୟକ୍ତିକୁ ସୁସ୍ଥ କଲା ।”

“ଆପଣମାନେ ହିଁ ଯୀଶୁଙ୍କୁ ବଧ କରିବା ନିମନ୍ତେ ରୋମୀୟ ଶାସକଙ୍କୁ କହିଥିଲେ ।ଆପଣମାନେ ଜୀବନର କର୍ତ୍ତାଙ୍କୁ ହତ୍ୟା କଲେ, କିନ୍ତୁ ଈଶ୍ଵର ତାହାଙ୍କୁ ମୃତରୁ ଉଠାଇଅଛନ୍ତି ।ଆପଣମାନେ ଯାହା ଯାହା କରୁଅଛନ୍ତି ତାହା ଯଦିଓ ବୁଝିପାରିନଥିଲେ, ତଥାପି ଖ୍ରୀଷ୍ଟ ଯେ ଦୁଃଖଭୋଗ କରି ମୃତ୍ୟୁବରଣ କରିବେ ଏହି ଭାବବାଣୀଗୁଡିକ ସଫଳ କରିବା ନିମନ୍ତେ ଈଶ୍ଵର ଆପଣମାନଙ୍କର କାର୍ଯ୍ୟକୁ ବ୍ୟବହାର କଲେ ।ତେଣୁ, ବର୍ତ୍ତମାନ, ଅନୁତାପ କର ଏବଂ ଈଶ୍ଵରଙ୍କ ନିକଟକୁ ଫେରନ୍ତୁ ଯେପରିକି ଆପଣମାନଙ୍କର ପାପ ସୂଚୀ କରାଯାଇପାରିବ ।”

ପିତର ଓ ଯୋହନ ଯାହା କହୁଥିଲେ ତାହା ଶୁଣି ମନ୍ଦିରର ନେତାମାନେ ବିଚଳିତ ହୋଇଯାଇଥିଲେ ।ତେଣୁ ସେମାନେ ସେମାନଙ୍କୁ ଗିରଫ କରି କାରାଗାରରେ ରଖିଲେ ।କିନ୍ତୁ ଅନେକ ଲୋକ ପିତରଙ୍କ ସମ୍ବାଦକୁ ବିଶ୍ଵାସ କଲେ, ଏବଂ ଯୀଶୁଙ୍କୁ ବିଶ୍ବାସ କରିଥିବା ଲୋକମାନଙ୍କର ସଂଖ୍ୟା ୫୦୦୦ ରେ ପହଞ୍ଚିଥିଲା ।

ପରଦିନ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ମହାଯାଜକ ଓ ଅନ୍ୟ ଧର୍ମଗୁରୁଙ୍କ ନିକଟକୁ ଆଣିଲେ ।ସେମାନେ ପିତର ଓ ଯୋହନଙ୍କୁ ପଚାରିଲେ “କେଉଁ ଶକ୍ତିରେ ତୁମ୍ଭେମାନେ ଏହି ଖଞ୍ଜ ବ୍ୟକ୍ତିକୁ ସୁସ୍ଥ କଲ?”

ପିତର ସେମାନଙ୍କୁ ଉତ୍ତର ଦେଲେ “ଏହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଦ୍ଵାରା ସୁସ୍ଥ ହୋଇ ଠିଆ ହୋଇଅଛି ।ଆପଣମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲା, କିନ୍ତୁ ଈଶ୍ଵର ତାହାଙ୍କୁ ପୁନର୍ବାର ଜୀବିତ କରିଅଛନ୍ତି!ଆପଣମାନେ ତାହାଙ୍କୁ ଅଗ୍ରାହ୍ୟ କରିଅଛନ୍ତି, କିନ୍ତୁ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ଯୀଶୁଙ୍କ ଶକ୍ତି ଛଡା ଆଉ କୌଣସି ଉପାୟ ନାହିଁ ।

ପିତର ଓ ଯୋହନ ଏତେ ସାହସରେ କଥା କହୁଥିବା ଦେଖି ନେତାମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେମାନେ ଦେଖିଲେ ଯେ ଏମାନେ ସାଧାରଣ ଲୋକମାନେ ଯେଉଁମାନେ ଅଶିକ୍ଷିତ ଥିଲେ ।କିନ୍ତୁ ପରେ ସେମାନେ ସ୍ମରଣ କଲେ ଯେ ଏମାନେ ଯୀଶୁଙ୍କ ସହିତ ଥିଲେ ।ସେମାନେ ପିତର ଓ ଯୋହନଙ୍କୁ ଧମକାଇଲା ପରେ ଛାଡିଦେଇଥିଲେ ।

اطلاعات مربوطه

کلام زندگی - جی آر اِن پیام‌های صوتی انجیل شامل پیام‌هایی بر طبق کتاب مقدس درباره رستگاری و زندگی بصورت یک مسیحی را به هزارن زبان ارائه می‌دهد.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons