unfoldingWord 34 - ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି

रुपरेखा: Matthew 13:31-46; Mark 4:26-34; Luke 13:18-21;18:9-14

भाषा परिवार: 1234

भाषा: Oriya

दर्शक: General

ढंग: Bible Stories & Teac

दर्शकों का स्तर: General

लक्ष्य: Evangelism; Teaching

बाइबिल का प्रमाण: Paraphrase

स्थिति: Approved

ये लेख अन्य भाषाओं में अनुवाद तथा रिकौर्डिंग करने के लिए बुनियादी दिशानिर्देश हैं। प्रत्येक भिन्न संस्कृति तथा भाषा के लिए प्रासंगिक बनाने के लिए आवश्यकतानुसार इन्हें अनुकूल बना लेना चाहिए। कुछ प्रयुक्त शब्दों तथा विचारों को या तो और स्पष्टिकरण की आवश्यकता होगी या उनके स्थान पर कुछ संशोधित शब्द प्रयोग करें या फिर उन्हें पूर्णतः हटा दें।

भाषा का पाठ

ଈଶ୍ଵରଙ୍କ ରାଜ୍ୟ ବିଷୟରେ ଯୀଶୁ ଆହୁରି ଅନେକ କାହାଣୀଗୁଡିକୁ କହିଲେ ।ଉଦାହରଣ ସ୍ଵରୂପ, ସେ କହିଲେ “ସ୍ଵର୍ଗରାଜ୍ୟ ହେଉଛି ଏକ ସୋରିଷ ବୀଜ ପରି ଯାହା କେହି ଜଣେ ତାହାର କ୍ଷେତରେ ରୋପଣ କଲା ।ତୁମ୍ଭେମାନେ ଜାଣ ଯେ ସୋରିଷ ବୀଜ ସମସ୍ତ ବୀଜଠାରୁ କ୍ଷୁଦ୍ର ଅଟେ ।“

“କିନ୍ତୁ ଯେତେବେଳେ ସୋରିଷ ବୀଜ ବୃଦ୍ଧି ପାଏ, ଏହା ସମସ୍ତ ଉଦ୍ୟାନ ବୃକ୍ଷ ଅପେକ୍ଷା ଏତେ ଅଧିକ ବୃହତ୍ ହୋଇଥାଏ ଯେ ପକ୍ଷୀମାନେ ଆସି ତାହାର ଶାଖାଗୁଡିକରେ ବାସ କରନ୍ତି ।”

ଯୀଶୁ ଆଉ ଏକ କାହାଣୀ କହିଲେ “ଈଶ୍ଵରଙ୍କ ରାଜ୍ୟ ଏକ ଖମୀର ପରି ଯାହା ଜଣେ ସ୍ତ୍ରୀ ନେଇ ମଇଦାର ସର୍ବତ୍ର ବ୍ୟାପିଯିବା ପର୍ଯ୍ୟନ୍ତ କିଛି ମଇଦାରେ ମିଶାଏ ।”

“ଈଶ୍ଵରଙ୍କ ରାଜ୍ୟ ଆହୁରି ମଧ୍ୟ ଗୁପ୍ତଧନ ପରି ଯାହା ଜଣେ ନେଇ ଏକ କ୍ଷେତରେ ଲୁଚାଇ ରଖିଲା ।ଅନ୍ୟ ଜଣେ ବ୍ୟକ୍ତି ଏହି ଗୁପ୍ତଧନକୁ ପାଇଲା ଓ ପୁନର୍ବାର ପୋତି ପକାଇଲା ।ସେ ଆନନ୍ଦରେ ଏତେ ବିଭୋର ହୋଇଗଲା ଯେ ସେ ଯାଇ ସମସ୍ତ ଜିନିଷ ବିକ୍ରୟ କଲା ଏବଂ ସେହି କ୍ଷେତକୁ କ୍ରୟ କରିବା ପାଇଁ ସେହି ଅର୍ଥକୁ ବ୍ୟବହାର କଲା ।”

“ଈଶ୍ଵରଙ୍କ ରାଜ୍ୟ ଏକ ବହୁମୂଲ୍ୟ ମଣି ସଦୃଶ ।ଯେତେବେଳେ ଜଣେ ମଣି ବ୍ୟବସାୟୀ ଏହା ଦେଖିଲା, ସେ ଯାଇ ଆପଣାର ସମସ୍ତ ବିକ୍ରୟ କରି ଏହାକୁ କ୍ରୟ କରିବା ନିମନ୍ତେ ସେହି ଅର୍ଥକୁ ବ୍ୟବହାର କଲା ।“

ତା’ପରେ ଯୀଶୁ ଲୋକମାନଙ୍କୁ, ନିଜର ଉତ୍ତମ କାର୍ଯ୍ୟ ଉପରେ ବିଶ୍ଵାସ ରଖି ଅନ୍ୟମାନଙ୍କୁ ତୁଚ୍ଛ କରୁଥିବା ବିଷୟରେ ଏକ କାହାଣୀ କହିଲେ ।ସେ କହିଲେ “ଦୁଇଜଣ ବ୍ୟକ୍ତି ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ ।ସେମାନଙ୍କ ମଧ୍ୟରୁ ଜଣେ କରଗ୍ରାହୀ ଓ ଅନ୍ୟଜଣେ ଧାର୍ମିକ ଗୁରୁ ।”

“ସେହି ଧାର୍ମିକ ଗୁରୁ ଏହି ପ୍ରକାର ପ୍ରାର୍ଥନା କଲା “ହେ ଈଶ୍ଵର ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ ଅନ୍ୟ ଲୋକମାନଙ୍କ ପରି ମୁଁ ପାପୀ ନୁହେଁ, ଯେପରିକି ଜଣେ ଡକାୟତ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ ।”

“ଉଦାହରଣ ସ୍ଵରୂପ, ମୁଁ ସପ୍ତାହରେ ଦୁଇଥର ଉପବାସ କରେ ଏବଂ ଆୟ କରିଥିବା ଅର୍ଥ ଓ ଜିନିଷର ସମସ୍ତ ଦଶ ଅଂଶ ଦିଏ ।”

“କିନ୍ତୁ କରଗ୍ରାହୀ ଧାର୍ମିକ ଗୁରୁଠାରୁ ବହୁ ଦୂରରେ ଠିଆ ହେଲା, ଏବଂ ସ୍ବର୍ଗ ଆଡେ ଉର୍ଦ୍ଧ୍ବଦୃଷ୍ଟି କରିବାକୁ ସାହସ କଲାନାହିଁ ।ବରଂ ସେ ଆପଣା ଛାତିରେ ହାତର ପାପୁଲି ଦ୍ଵ।ରା ବିଧା ମାରିଲା, ଏବଂ ପ୍ରାର୍ଥନା କଲା, “ହେ ଈଶ୍ଵର, ଦୟାକରି ମୋ ପ୍ରତି ଦୟାଳୁ ହୁଅ, କାରଣ ମୁଁ ଜଣେ ପାପୀ ମନୁଷ୍ୟ ।”

ତେବେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଈଶ୍ଵର କରଗ୍ରାହୀର ପ୍ରାର୍ଥନା ଶୁଣିଲେ ଏବଂ ତାକୁ ଧାର୍ମିକ ଗଣନା କଲେ ।କିନ୍ତୁ ସେ ଧାର୍ମିକ ଗୁରୁର ପ୍ରାର୍ଥନା ଶୁଣିଲେ ନାହିଁ। ଯିଏ ନିଜକୁ ଉଚ୍ଚ ଦେଖାଇଥାଏ, ଈଶ୍ଵର ତାହାକୁ ନତ କରିବେ, ଏବଂ ଯେକେହି ନିଜକୁ ନତ କରି ଦେଖାଏ ଈଶ୍ଵର ତାହାକୁ ଉନ୍ନତ କରିବେ ।

संबंधित जानकारी

जीवन के वचन - जीआरएन के पास ऑडियो सुसमाचार सन्देश हज़ारों भाषाओं में उपलब्ध हैं जिनमें बाइबल पर आधारित उद्धार और मसीही जीवन की शिक्षाएँ हैं.

मुफ्त डाउनलोड - यहाँ आपको अनेक भाषाओं में जीआरएन के सभी मुख्य संदेशों के लेख,एवं उनसे संबंधित चित्र तथा अन्य सामग्री भी डाउनलोड के लिए मिल जाएंगे.

जीआरएन ऑडियो संग्रह - मसीही प्रचार और बुनियादी बाइबल शिक्षा संबंधित सामग्री लोगों की आवश्यकता तथा संसकृति के अनुरूप विभिन्न शैलियों तथा प्रारूपों में.

Copyright and Licensing - GRN shares it's audio, video and written scripts under Creative Commons

Choosing the right audio or video format - What audio and video file formats are available from GRN, and which one is best to use?