unfoldingWord 28 - ଯୁବା ଧନୀ ଶାସକ

रुपरेखा: Matthew 19:16-30; Mark 10:17-31; Luke 18:18-30

भाषा परिवार: 1228

भाषा: Oriya

दर्शक: General

ढंग: Bible Stories & Teac

दर्शकों का स्तर: General

लक्ष्य: Evangelism; Teaching

बाइबिल का प्रमाण: Paraphrase

स्थिति: Approved

ये लेख अन्य भाषाओं में अनुवाद तथा रिकौर्डिंग करने के लिए बुनियादी दिशानिर्देश हैं। प्रत्येक भिन्न संस्कृति तथा भाषा के लिए प्रासंगिक बनाने के लिए आवश्यकतानुसार इन्हें अनुकूल बना लेना चाहिए। कुछ प्रयुक्त शब्दों तथा विचारों को या तो और स्पष्टिकरण की आवश्यकता होगी या उनके स्थान पर कुछ संशोधित शब्द प्रयोग करें या फिर उन्हें पूर्णतः हटा दें।

भाषा का पाठ

ଦିନେ, ଜଣେ ଯୁବା ଧନୀ ଶାସକ ଯୀଶୁଙ୍କ ନିକଟକୁ ଆସିଲେ ଏବଂ ପଚାରିଲେ “ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କ’ଣ କରିବି?”ଯୀଶୁ ତାହାଙ୍କୁ କହିଲେ “ମୋତେ କାହିଁକି ଉତ୍ତମ କହୁଅଛ?”ଜଣେ ମାତ୍ର ଉତ୍ତମ ଅଟନ୍ତି ଓ ସେ ହେଉଛନ୍ତି ଈଶ୍ଵର ।କିନ୍ତୁ ତୁମ୍ଭେ ଯଦି ଅନନ୍ତ ଜୀବନ ପାଇବାକୁ ଚାହଁ ତେବେ ଈଶ୍ଵରଙ୍କ ବ୍ୟବସ୍ଥାଗୁଡିକ ପାଳନ କର ।”

ସେ ପଚାରିଲେ “କେଉଁ କେଉଁ ଆଜ୍ଞାଗୁଡିକ ମୁଁ ପାଳନ କରିବା ଆବଶ୍ୟକ?”ଯୀଶୁ ଉତ୍ତର ଦେଲେ “ନରହତ୍ୟା କରନାହିଁ ।ବ୍ୟଭିଚାର କର ନାହିଁ ।ଚୋରି କର ନାହିଁ ।ମିଥ୍ୟା କୁହ ନାହିଁ ।ତୁମ୍ଭ ପିତା ଓ ମାତାଙ୍କୁ ସମ୍ମାନ କର, ଏବଂ ତୁମ୍ଭ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।”

କିନ୍ତୁ ସେହି ଯୁବକ ତାହାଙ୍କୁ କହିଲେ “ମୁଁ ଏହି ସମସ୍ତ ବାଲ୍ୟକାଳ ସମୟରୁ ପାଳନ କରିଆସିଅଛି ।ଅନନ୍ତ ଜୀବନ ପାଇବା ନିମନ୍ତେ ମୋତେ ଆଉ କ’ଣ କରିବାକୁ ହେବ?”ଯୀଶୁ ତାଙ୍କ ପ୍ରତି ଦୃଷ୍ଟି କରି ତାଙ୍କୁ ପ୍ରେମ କଲେ ।

ଯୀଶୁ ଉତ୍ତର ଦେଲେ “ଯଦି ତୁମ୍ଭେ ସିଦ୍ଧ ହେବାକୁ ଚାହଁ, ତେବେ ଯାଅ ଏବଂ ତୁମ୍ଭର ସମସ୍ତ ବିକ୍ରୟ କର ଏବଂ ଦରିଦ୍ରମାନଙ୍କୁ ଧନ ଦାନ କର, ଏବଂ ତୁମ୍ଭେ ସ୍ଵର୍ଗରେ ଧନ ପାଇବ ।ତା’ପରେ ଆସି ମୋର ଅନୁଗମନ କର ।”

ଯୀଶୁ କହିଥିବା ବିଷୟକୁ ଯୁବକ ଯେତେବେଳେ ଶୁଣିଲେ, ସେ ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତି ଧନୀ ବ୍ୟକ୍ତି ଥିଲେ ଏବଂ ସେ ଅର୍ଜନ କରିଥିବା ସମସ୍ତ ପରିତ୍ୟାଗ କରିବାକୁ ଚାହିଁଲେ ନାହିଁ ।ସେ ମୁଖ ଫେରାଇ ଯୀଶୁଙ୍କ ନିକଟରୁ ଚାଲିଗଲା ।

ତା’ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ “ଧନୀ ଲୋକର ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ଅତି କଷ୍ଟକର ଅଟେ!ହଁ, ଧନୀ ଲୋକର ସ୍ଵର୍ଗରେ ପ୍ରବେଶ କରିବା ଅପେକ୍ଷା ସୂଚୀ (ଛୁଞ୍ଚି)ର ଛିଦ୍ର (କଣା) ଦେଇ ଓଟର ପ୍ରବେଶ କରିବା ସହଜ ।”

ଯୀଶୁ କହିଥିବା ବିଷୟକୁ ଯେତେବେଳେ ଶିଷ୍ୟମାନେ ଶୁଣିଲେ ସେମାନେ ଚକିତ ହୋଇ ପଚାରିଲେ “ତେବେ କିଏ ଉଦ୍ଧାର (ପରିତ୍ରାଣ) ପାଇପାରିବ?”

ଯୀଶୁ ଶିଷ୍ୟମାନଙ୍କ ପ୍ରତି ଚାହିଁ କହିଲେ “ମନୁଷ୍ୟ ଦୃଷ୍ଟିରେ ଏହା ଅସମ୍ଭବ, କିନ୍ତୁ ଈଶ୍ଵରଙ୍କ ଦୃଷ୍ଟିରେ ସମସ୍ତ ବିଷୟ ସମ୍ଭବ ଅଟେ ।”

ପିତର ଯୀଶୁଙ୍କୁ କହିଲେ “ଆମେ ସମସ୍ତ ବିଷୟ ପରିତ୍ୟାଗ କରି ତୁମ୍ଭର ଅନୁଗମନ କରିଅଛୁ ।ଆମ୍ଭ ପାଇଁ କ’ଣ ପୁରଷ୍କାର ଥିବ ?”

ଯୀଶୁ ଉତ୍ତର ଦେଲେ “ଯେକୌଣସି ଲୋକ ମୋ ନିମନ୍ତେ ଗୃହ, ଭ୍ରାତା, ଭଗ୍ନୀ, ପିତା, ମାତା, ସନ୍ତାନସନ୍ତତି ଓ ସମ୍ପତ୍ତି ପରିତ୍ୟାଗ କରେ ଓ ତାହାର ୧୦୦ ଗୁଣ ଏହି ଜଗତରେ ଏବଂ ଅନନ୍ତ ଜୀବନ ପାଇବ ।କିନ୍ତୁ ପ୍ରଥମରେ ଥିବା ଅନେକେ ଶେଷରେ ରହିବେ, ଏବଂ ଶେଷରେ ଥିବା ଅନେକେ ପ୍ରଥମ ହେବେ ।“

संबंधित जानकारी

जीवन के वचन - जीआरएन के पास ऑडियो सुसमाचार सन्देश हज़ारों भाषाओं में उपलब्ध हैं जिनमें बाइबल पर आधारित उद्धार और मसीही जीवन की शिक्षाएँ हैं.

मुफ्त डाउनलोड - यहाँ आपको अनेक भाषाओं में जीआरएन के सभी मुख्य संदेशों के लेख,एवं उनसे संबंधित चित्र तथा अन्य सामग्री भी डाउनलोड के लिए मिल जाएंगे.

जीआरएन ऑडियो संग्रह - मसीही प्रचार और बुनियादी बाइबल शिक्षा संबंधित सामग्री लोगों की आवश्यकता तथा संसकृति के अनुरूप विभिन्न शैलियों तथा प्रारूपों में.

Copyright and Licensing - GRN shares it's audio, video and written scripts under Creative Commons

Choosing the right audio or video format - What audio and video file formats are available from GRN, and which one is best to use?